ୱାର୍ଡମେମ୍ବରକୁ ନିସ୍ତୁକ ମାଡ, ଥାନାରେ ଅଭିଯୋଗ
ବାସୁଦେବପୁର : ବାସୁଦେବପୁର ଥାନା ଅଧିନ ବରଣ୍ଡୁଆ ପଞ୍ଚାୟତ ମଧୂସୁଦନପୁର ଗ୍ରାମରେ ଆମ ଗାଁ ଆମ ବିକାଶ ଯୋଜନାରେ ନିର୍ମାଣାଧିନ କମ୍ୟୁନିଟ ସେଣ୍ଟରକୁ ପଡୋଶୀ ମାଳିବ୍ରହ୍ମପୁର ଗ୍ରାମର ଉପେନ୍ଦ୍ର ସାହୁଙ୍କ ସହିତ ତାଙ୍କର ସମ୍ପର୍କୀୟମାନେ ଜବରଦଖଲକରିବାକୁ ନେଇ ଉତ୍ତେଜନା ଦେଖାଦେଇଛି । ଆଜି ସାକାଳେ ନିର୍ମାଣାଧିନ ପ୍ରକଳ୍ପର ଛାତ ପକାଇବା ପାଇଁ ଶ୍ରମିକମାନେ ପହଞ୍ଚିବା ପରେ ଶ୍ରୀ ସାହୁଙ୍କ ସମେତ ତାଙ୍କର ସଂପର୍କୀୟମାନେ ବାରଣ କରିଥିଲେ । ଏହା ସଂପର୍କରେ ଖବରପାଇ ସ୍ଥାନୀୟ ୱାର୍ଡସଭ୍ୟ ସୁରେଶଚନ୍ଦ୍ର ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ସମୟରେ ମାଡମାରିବାକୁ ନେଇ ଘଟଣା ସମୟର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି । ଏହି ଘଟଣା ସଂପର୍କରେ ସ୍ଥାନୀୟ ବାସିନ୍ଦାମାନେ ଅବଗତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ଏନେଇ ଥାନାଧିକାରିଣୀ ଲୋପାମୁଦ୍ରା ନାୟକ କୁହନ୍ତି, ଆସିଥିବା ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ କରାଯାଉଛି ।
What's Your Reaction?






