ଶପଥ ନେବାର ପ୍ରଥମ ଦିନରେ ମାଗଣା ବିଜୁଳି କାର୍ଯ୍ୟକାରୀ କରାଯିବ

May 27, 2024 - 18:37
May 27, 2024 - 18:37
 0  3.3k
ଶପଥ ନେବାର ପ୍ରଥମ ଦିନରେ ମାଗଣା ବିଜୁଳି କାର୍ଯ୍ୟକାରୀ କରାଯିବ

ବାସୁଦେବପୁର, (RNI) : ଷଷ୍ଠ ଥର ଭାବରେ ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର ପ୍ରଥମ ଦିନରେ ମାଗଣା ବିଜୁଳି କାର୍ଯ୍ୟକାରୀ କରାଯିବା ସହିତ ସମସ୍ତ ବର୍ଗକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ । ଡବଲ ଇଞ୍ଜିନ ସରକାର ଚାଲୁଥିବା ରାଜ୍ୟ ଠାରୁ ଦ୍ରୁତ ଗତିରେ ବିକାଶ ଚାଲିଛି ଓଡିଶା ମାଟିରେ । ଆୟୁଷ୍ମାନ ଯୋଜନାରେ କେବଳ ବିପିଏଲ ପରିବାର ଅନ୍ତର୍ବୁକ୍ତ ହୋଇପାରିବେ । ଅଛେଦିନ ପରିବର୍ତ୍ତେ ଦିନକୁ ଦିନ ବଢୁଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୋଲି ସାଧାରଣ ନିର୍ବାଚନକୁ ନେଇ ଆଜି ବାସୁଦେବପୁର ଗସ୍ଥରେ ଆସି ବିରୋଧୀ ବିଜେପି କୁ ଏପରି ଆକ୍ଷେପ କରିଛନ୍ତି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିୟାନ ।   ସ୍ଥାନୀୟ ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦେଇ ଆସୁଥିବା ବିଜୁ ଜନତା ଦଳ ବିକାଶର ଧାରାରେ ସାମିଲ ହୋଇ ବିଜେଡି ପ୍ରାର୍ଥୀମାନଙ୍କ ପାଇଁ ଯୋଡି ଶଙ୍ଖରେ ଭୋଟ ଭିକ୍ଷା କରିଥିଲେ ।  ପୁର୍ବରୁ ଦେଇଥିବା ପ୍ରତିଶ୍ରୁତି ମିଛରେ ପରିଣତ ହୋଇଛି । ୨୦୨୪ ନିର୍ବାଚନ ପରେ ଖୋଜିଲେବି ସେମାନଙ୍କୁ ପାଇବେନି । ଅପରାହ୍ନରେ ଅଟଳବିହାରୀ କଲେଜ ପଡିଆରେ ଅସ୍ଥାୟୀ ହେଲିପେଡରେ ଅବତରଣ ପରେ ଯାଦବ ପଡିଆ ଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇଥିଲେ । ଏହି ଅବସରରେ ବିଜେଡି ସାଂସଦ ପ୍ରାର୍ଥିନୀ ମଞ୍ଜୁଲତା ମଣ୍ଡଳ ଓ ବାସୁଦେବପୁର ବିଧାୟକ ପ୍ରାର୍ଥୀ ବିଷ୍ନୁବ୍ରତ ରାଉତରାୟ ଯୋଗଦେଇ ଯୋଡିଶଙ୍ଖରେ ଭୋଟଭିକ୍ଷା କରିଥିଲେ । ଏହି ଅବସରରେ କୋଡିଏ ହଜାରରୁ ଉର୍ଦ୍ଧ ବିଜେଡି କର୍ମୀ ଓ ସମର୍ଥକମାନେ ଯୋଗଦେଇଥିଲେ ।

Follow RNI News Channel on WhatsApp: https://whatsapp.com/channel/0029VaBPp7rK5cD6XB2

What's Your Reaction?

like

dislike

love

funny

angry

sad

wow