ମହୁମାଛି ଆକ୍ରମଣ,ଚାରିଜଣ ଛାତ୍ରୀ ଗୁରୁତର

ବାସୁଦେବପୁର (RNI) : ପରୀକ୍ଷା ସରିବା ପରେ ଖୁସି ମନରେ ଫେରୁଥିଲେ ଘରକୁ । ହେଲେ ଏବେ ଡାକ୍ତରଖାନାରେ ଚରଳିଛି ଚିକିତ୍ସା । ମହୁମାଛି ଆକ୍ରମଣରେ ଚାରିଜଣ ଛାତ୍ରୀ ଗୁରୁତର ଭାବରେ ଆହତ ହୋଇ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଖବରରୁ ଜଣାପଡିଛି, ଅଷ୍ଟମ ଶ୍ରେଣୀର ଛାତ୍ରୀ ନିଲଞ୍ଜନ ସାମଲ(୧୩) ଓ ତାର ସାଥୀ ରଶ୍ମିତାସୁମନ ବେହେରା, ଶୁଭଶ୍ରୀ ସାହୁ,ଇପସିତା ସାହୁ ବାସୁଦେବପୁର ହନୁମାନବାଟିକାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରୁ ପରୀକ୍ଷା ସାରି ଘରକୁ ଫରୁଥିବା ସମୟରେ ଇଣ୍ଡୋର ଷ୍ଟାଡିୟମ ଫାଟକ ନିକଟରେ ମହୁମାଛିଙ୍କ ଅତର୍କିତ ଆକ୍ରମଣରେ ଶିକାର ହୋଇଥିଲେ । ପ୍ରତ୍ୟେକ୍ଷଦର୍ଶୀମାନେ ଛାତ୍ରୀମାନଙ୍କ ଘରକୁ ଖବରଦେବା ସହିତ ଶିଶୁ ବିଦ୍ୟାମନ୍ଦିରକୁ ଜଣାଇଥିଲେ । ପରେ ବାସୁଦେବପୁର ଗୋଷ୍ଠୀ ଚିକିତ୍ସାକେନ୍ଦ୍ରରେ ଚାରିଜଣ ଛାତ୍ରୀମାନଙ୍କ ଚିକିତ୍ସା ଚାଲିଥିବା ଚିକିତ୍ସାଧିକାରୀ ସୁଶାନ୍ତ ସାମନ୍ତ ସୂଚନା ଦେଇଛନ୍ତି ।
What's Your Reaction?






