ଭିତରେ ଫଟା ଉପରେ ଗୋଟା ! ବିଜେଡିର ବାଇକ ଶୋଭାଯାତ୍ରା
ଭଦ୍ରକ,୨୧/୫(RNI ) : ମଇଁଷି ଶିଘଂ ଭିତରେ ଫଟା ଉପରକୁ ଗୋଟା । ଦଳୀୟ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଆଜି ଉଭୟ ଗୋଷ୍ଠୀର ଗୋଟିଏ ନାରା । ଶୋଭାଯାତ୍ରାରେ ବାହାରି ଜୋଡି ଶଙ୍ଖରେ କରିଲେ ଭୋଟ ଭିକ୍ଷା । ସାଧାରଣ ନିର୍ବାଚନକୁ ନେଇ ବାଇକ ଶୋଭାଯାତ୍ରାରେ ନିଜର ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ବିଜେଡି ସାଂସଦ ପ୍ରାର୍ଥିନୀ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ପ୍ରାର୍ଥୀ ବିଷ୍ନୁବ୍ରତ ରାଉତରାୟ ଆଜି ବାସୁଦେବପୁର ନିର୍ବାଚନ ମଣ୍ଡଳିର ଏକୋଇଶି ନମ୍ବର ଜୋନରେ ବାଇକ ଶୋଭାଯାତ୍ରାରେ ସାମିଲ ହୋଇ ଜୋଡି ଶଙ୍ଖ ଚିହ୍ନ ପାଇଁ ଭୋଟ ଭିକ୍ଷା କରିଥିଲେ । ଭେଡାନାଇକାଣିଙ୍କ ଠାରେ ପୂଜାର୍ଚ୍ଚନା ପରେ ବାଇକ ଶୋଭାଯାତ୍ରା ଆରମ୍ଭ ହୋଇ ବିରସ ଠାରେ ପହଞ୍ଚିଥିଲା । ଏହି ଅବସରରେ ବ୍ଲକ ବିଜେଡି ସଭାପତି ଦୀନବନ୍ଧୁ ଦାସ, ଯୁବନେତା ଅସିତକୁମାର ଦାଶ,ଭାଗିରଥୀ ବଳ,କାଳନ୍ଦୀ ସାହୁ,କୃଷ୍ନଚନ୍ଦ୍ର ଘଡେଇ,ପ୍ରଫୁଲ୍ଲ ପଳିତା, ଜିତେନ୍ଦ୍ର ଦାସ,ପବିତ୍ର ପୁହାଣ,ଜଗବନ୍ଧୁ ଖିଲାର,ନିରଞ୍ଜନ ଦାସପ୍ରମୁଖ ଶୋଭାଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ । ତେବେ ବିଜେଡିର ଉଭୟଗୋଷ୍ଠୀର ମିଳିତ ଭୋଟ ଭିକ୍ଷା ଆଗାମୀ ଦିନରେ ଭୋଟରମାନଙ୍କ ଉପରେ କିପ୍ରକାର ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା ।
Follow RNI News Channel on WhatsApp: https://whatsapp.com/channel/0029VaBPp7rK5cD6XB2
What's Your Reaction?






