ଭଦ୍ରକରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ,୧୯୮୬ ଟି ମୋକଦ୍ଦମା ଆପୋଷ ସମାଧାନ

ଭଦ୍ରକ (RNI): ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଜାତୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଜିଲ୍ଲା କୋର୍ଟ ପରିସର ରେ ଅନୁଷ୍ଠିତ ହୋଇ ଯାଇଛି । ଆଇନ ସେବା ପ୍ରାଧିକରଣ ରେ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନେହା ଅଗ୍ରୱାଲ ଏହି ଲୋକ ଅଦାଲତକୁ ପରିଚାଳନା କରିଥିଲେ । ମୋଟ ୪୫୨୭୬୭୦୭ ଟଙ୍କାରେ ୧୯୮୬ ଟି ମୋକଦ୍ଦମାର ଆପୋଷ ସମାଧାନ ହୋଇଥିଲା । ସେଗୁଡ଼ିକ ମଧ୍ୟରେ ବିଭିନ୍ନ ମୋଟର ଯାନ ଦୁର୍ଘଟଣା ଦାବି ଟ୍ରିବୁନାଲ ର ବିଚାରଧୀନ ଥିବା ୫୭ ଟି ମାମଲାର ୩୭୨୨୯୦୦୦ ଟଙ୍କାରେ, ୧୫ଟି ମିଳାମିଶା ଯୋଗ୍ୟ ଫୈାଜଦାରି, ୩୦ଟି ଚେକ ବାଉନ୍ସ, ପୁନଃରୁଦ୍ଧାର ମାମଲା ୩୦୩୨୪୧୮ ଟଙ୍କାରେ, ୨୩ଟି ବୈବାହିକ ବିବାଦ, ୧୪୯୭ ଟି ରାଜସ୍ୱ ମୋକଦ୍ଦମା, ୩୪୧୧୩୬ ଟଙ୍କାରେ ୬୨ ଟି ଅନ୍ୟାନ୍ୟ ଦେୱାନୀ ମାମଲା, ପ୍ରାକ ମକଦ୍ଦମା ମଧ୍ୟରେ ବିଭିନ୍ନ ବ୍ୟାଙ୍କର ୧୬ଟି ବ୍ୟାଙ୍କ ଋଣ ମାମଲ ୩୯୨୮୩୧୨ ଟଙ୍କାରେ ଭାରତ ସଂଚାର ନିଗମ ଲିମିଟେଡ଼ର ଟେଲିଫୋନ ବିଲ ସମ୍ବନ୍ଧୀୟ ୧୬ଟି ମାମଲା ୧୬୫୬୦ ଟଙ୍କାରେ, ଟିପି ଏନ୍ ଓ ଡ଼ି ଏଲ୍ ର ୧୦୧ ମାମଲା ୨୧୭୫୩୦୦ ଟଙ୍କାରେ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇ ଅଛି ।
What's Your Reaction?






