ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ

Feb 19, 2024 - 18:10
Feb 19, 2024 - 18:59
 0  567
ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ

ଭଦ୍ରକ : ନୂଆବଜାର ଭଦ୍ରକସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବିଂଶତମ ବାର୍ଷିକ ଉତ୍ସବ ସଭାପତି ଅକ୍ଷୟ କୁମାର ମହାନ୍ତିଙ୍କ ପୌରହିତ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି ମୁଖ୍ୟବକ୍ତା ଚରମ୍ପା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ସୌରେଷ ଚନ୍ଦ୍ର ମହାନ୍ତି ଯୋଗ ଦେଇ ବିଦ୍ୟାଳୟର ପ୍ରୟାସକୁ ଭୂରିଭୂରି ପ୍ରଶଂସା କରିଥିଲେ ଶିକ୍ଷା ବିକାଶ ସଂସ୍ଥାନ ଉତ୍ତର କ୍ଷେତ୍ରର ପ୍ରମୁଖ ରାମଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି ଭାବରେ ଯୋଗଦେଇ ପିଲାମାନଙ୍କୁ ଭବିଷ୍ୟତ ଗଠନରେ ଶିକ୍ଷକମାନଙ୍କ ଉପରେ ଗୁରୁତ୍ୱ ଆରୋପ କରିଥିଲେ ସମ୍ମାନିତ ଅତିଥି ଭାବରେ ଶିବପ୍ରସାଦ ଜେନା, ସଂପାଦକ (ଚୁନିନ୍ଦା ଶିଶୁ ମନ୍ଦିର) ଯୋଗଦେଇ ଶିଶୁମାନଙ୍କୁ ଅନିସନ୍ଧିଷୂ ହେବାକୁ ପରାମର୍ଶ ଦେଇଥିଲେ ପରିଚାଳନା କମିଟିର ସଦସ୍ୟା ତଥା ସମାଜସେବୀ ଦେବୀଦତ୍ତା ମହାନ୍ତି ଶିଶୁମାନଙ୍କୁ ଭଲ ମଣିଜ୍ଝଷ ହେବାରେ ସୁଚିନ୍ତିତ ପରାମର୍ଶ ଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ପ୍ରତିମାରାଣୀ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିବା ଗୁରୁମା ମିନାକ୍ଷୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ଶେଷରେ ବିଦ୍ୟାଳୟର କୁନି କୁନି ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବକୁ ଲକ୍ଷ୍ମୀପ୍ରିୟା ଗୁରୁମା, ସଞ୍ଜୁ ଗୁରୁମା, ସୌଦାମିନି ଗୁରୁମା, ପୁଷ୍ପଲତା ଗୁରୁମା, ରୋଜାଲିନ୍ ଗୁରୁମା(ସେବିକା ରଞ୍ଜୁଲତା) କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ

 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0