ବିପର୍ଯ୍ୟୟ ପରିଚାଳନା ସଚେତନତା ଶିବିର

ବାସୁଦେବପୁର : ବାସୁଦେବପୁର ପଞ୍ଚାୟତ ସମିତିର ଉପକୂଳବର୍ତ୍ତୀ ଅଞ୍ଚଳ ଅଧିନ ଗ୍ରାମବାସୀମାନଙ୍କୁ ନେଇ ବିପର୍ଯ୍ୟୟ ପରିଚାଳନା ଶିବିର ଅନୁଷ୍ଠିତ ହୋଇଯାଇଛି । ବାସୁଦେବପୁର ବ୍ଲକର ପଢୁଆଁ ପଞ୍ଚାୟତ ମେହନପୁର ରେଡକ୍ରସ ବାତ୍ୟା ଆଶ୍ରୟସ୍ଥଳୀ ଓ ଅଢୁଆଁ ପଞ୍ଚାୟତର ଆଡିଆ ଗ୍ରାମରେ ରିଲାଏନ୍ସ ଫାଉଣ୍ଡେସନ ଓ ବାସୁଦେବପୁର ଲାଇଫଲାଇନ ଆନୁକୂଲ୍ୟରେ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ରିଲାଏନ୍ସ ଫାଉଣ୍ଡେସନର ଦିବ୍ୟକାନ୍ତ ନାୟକ,ସରପଞ୍ଚଙ୍କ ପ୍ରତିନିଧୀ ବୃନ୍ଦାବନ ଦାସ,ଲାଇଫଲାଇନର ସଂପାଦକ ରମାକାନ୍ତ ଡାଙ୍ଗୁଆ ଯୋଗଦେଇ ବନ୍ୟା, ବାତ୍ୟା ଓ ସୁନାମୀ ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଧନ ଜୀବନ ହାନୀକୁ ରୋକିବା ପାଇଁ ଗୋଷ୍ଠୀ ସ୍ତରୀୟ ସଚେତନତା ଶିବିରର ଆବଶ୍ୟକତା ରହିଛି ବୋଲି ମତପୋଷଣ କରିଥିଲେ । ମୋହନପୁର, ଅଢୁଆଁ ଆଡିଆ, କଷିଆ, ବଡହାବେଳିସାହୀ ଓ ସୁନାମୁହିଁ ଗ୍ରାମରେ ଏହି ଶିବିର ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।
What's Your Reaction?






