ବିଜେଡିରେ ମିଶିଲେ ବିଜେପି ସମର୍ଥୀତ ସରପଞ୍ଚ ପ୍ରାର୍ଥୀ ସନ୍ତୋଷ

ବାସୁଦେବପୁର,୬/୫(RNI) : ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି । ରାଜନୈତିକ ଗୋଟିଚାଳନା , ଶକ୍ତି ପ୍ରଦର୍ଶନ ସହ ମିଶ୍ରଣପର୍ବ ରଙ୍ଗରେ ରଙ୍ଗିନ ହେଉଛି ତିନି ପ୍ରମୁଖ ରାଜନୈତିକ ଦଳ । ଆଜି ବିଜେଡି ବିଧାୟକ ପ୍ରାର୍ଥୀ ବିଷ୍ନୁବ୍ରତ ରାଉତରାୟଙ୍କ ନିତୀ ଆଦର୍ଶରେ ଅନୁପ୍ରାଣୀତ ହୋଇ ଗୁଆଗଡିଆ ପଞ୍ଚାୟତର ବିଜେପି ସମର୍ଥୀତ ସରପଞ୍ଚ ପ୍ରାର୍ଥୀ ସନ୍ତୋଷ ମଳିକ ବିଜେଡିରେ ସାମିଲ ହୋଇଛନ୍ତି । ବିଜୁ ଜନତା ଦଳ କାର୍ଯ୍ୟାଳୟରେ ବିଧାୟକଙ୍କ ଉପସ୍ଥିତିରେ ଶ୍ରୀ ମଳିକଙ୍କୁ ପୁଷ୍ପଗୁଚ୍ଛ ସହିତ ଦଳୀୟ ଉପଢୈାକନ ପ୍ରଦାନ କରି ସ୍ୱାଗତ କରାଯାଇଥିଲା । ଏହି ଅବସରରେ ବିଜୁ ଜନତା ଦଳର ବରିଷ୍ଠ କର୍ମୀମାନେ ଉପସ୍ଥିତ ଥିଲେ ।
What's Your Reaction?






