ବାଲିଆପାଳ ଘାଟ ଠାରେ ସେତୁ ପାଇଁ ଭୂମି ପୂଜନ

ବାସୁଦେବପୁର : ବାସୁଦେବପୁର ନିର୍ବାଚନ ମଣ୍ଡଳୀର ବହୁ ପ୍ରତିକ୍ଷିତ ବାଲିଆପାଳ ଘାଟ ଓ ଏ୍ୟତିହାସିକ ପୀଠ ଚାରିବାଟିଆ ଠାରେ ମନ୍ତେଇ ନଦୀ ଉପରେ ସେତୁ ପାଇଁ ଆଜି ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ଖଣି ଓ ପୁର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବାସୁଦେବପୁର ବିଧାୟକ ବିଷ୍ନୁବ୍ରତ ରାଉତରାୟ, ବାସୁଦେବପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବିଜେଡି ସଂଗଠନ ପକ୍ଷରୁ ବିଶାଳ ମୋଟର ସାଇକେଲ ରାଲିରେ ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କୁ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ହଜାର ହଜାର ସଂଖ୍ୟାରେ କର୍ମୀ ଓ ସମର୍ଥକମାନେ ଉପସ୍ଥିତ ଥିଲେ ।
What's Your Reaction?






