ପଦ୍ମ ଧରିଲେ ବାଣିକଲ୍ୟାଣ, ବିଜେପିରେ ଆଶାୟୀଙ୍କ ଭିଡ ଜମୁଛି

ଭଦ୍ରକ (RNI) : ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପରେ ନିର୍ବାଚନ ପାଇଁ ସରିଛି ତାରିଖ ଘୋଷଣା । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ତୃଣମୁଳ ସ୍ତରରେ ନିଜର ସ୍ଥିତି ସଜାଡିବାକୁ କସରତ ଚାଲିଥିବା ବେଳେ ବିଜେଡି ଭଦ୍ରକ ଜିଲ୍ଲାରେ ଥିବା ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ବାସୁଦେବପୁର ଆସନରୁ ବିଷ୍ନୁବ୍ରତ ରାଉତରାୟ, ଧାମନଗର ଆସନରୁ ସଞ୍ଜୟ ଦାସ, ଚାନ୍ଦବାଲି ଆସନରୁ ବ୍ୟୋମକେଶ ରାୟ,ଭଣ୍ଡାରିପୋଖରୀରୁ ସଞ୍ଜିବ ମଲ୍ଲିକ ଓ ଭଦ୍ରକ ବିଧାନସଭା ଆସନରୁ ପ୍ରଫୁଲ୍ଲ ସାମଲଙ୍କ ନାମ ଘୋଷଣା କରିଛି । ଏହି ଘୋଷଣା ପରେ ବିଜେଡିରେ ଅସନ୍ତୁଷ୍ଟ ଥିବା ବାଣିକଲ୍ୟାଣଙ୍କୁ ପ୍ରଥମରେ ନିଲମ୍ବନ କରାଯିବା ପରେ ଦଳୀୟ ପ୍ରାର୍ଥୀ ଭାବରେ ଟିକେଟ ନମିଳିବା କାରଣରୁ ଶେଷରେ ରାଜ୍ୟ ବିଜେପି କାର୍ଯ୍ୟଳୟରେ ଆୟୋଜିତ ବର୍ଣ୍ଣାଢ୍ୟ ପରିବେଷରେ ବିଜେପିରେ ସାମିଲ ହୋଇଥିବା ଜାଣିବାକୁ ମିଳିଛି । ଏହି ଅବସରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହ ପ୍ରମୁଖ କର୍ମକର୍ତ୍ଥାମାନଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି । ସେହିପରି ଭଦ୍ରକ ବିଧାସଭା ଆସନରୁ ଆଶାୟୀ ଥିବା ଅସିତ ପଟ୍ଟନାୟକଙ୍କୁ ବାଦଦେଇ ଭଣ୍ଡାରିପୋଖରୀ ଆସନରୁ ପୁର୍ବଥର ଟିକେଟ ପାଇ ନିର୍ବାଚନରେ ବିଜୟୀ ହୋଇଥିବା ପ୍ରଫୁଲ୍ଲ ସାମଲଙ୍କୁ ଦଳ ଭରସା କରିଛି । ଅସିତ ମନାଇବାରେ ବିଫଳ ହୋଇଥିବା ସଞ୍ଜିବ ମଲ୍ଲିକଙ୍କୁ ଭଦ୍ରକ ଆସନ ରିବର୍ତ୍ତେ ଭଣ୍ଡାରିପୋଖରୀ ବିଧାନସଭା ଆସନରୁ ନିର୍ବାଚନ ଲଢିବା ପାଇଁ ମିଳିଛି ଦଳୀୟ ସ୍ୱୀକୃତି । ଧାମନଗରର ପୁର୍ବତନ ବିଧାୟକ ବିଷ୍ନୁସେଠୀଙ୍କ ଅକାଳ ବିୟୋଗରେ ଉପନିର୍ବାଚନରେ ଅବନ୍ତି ଦାସ ବିଜେଡି ଦଳୀୟ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିଥିଲେ ପରାଜୟ କାରଣରୁ ଦଳ ସଞ୍ଜୟ ଦାସଙ୍କ ଉପରେ ଭରସ ରଖିଛି । ତେବେ ବାସୁଦେବପୁର , ଭଦ୍ରକ ଓ ଭଣ୍ଡାରିପୋଖରୀ ଆସନରୁ ବିଜେପି ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିବା ପାଇଁ ଆଶାୟୀଙ୍କ ଭିଡ ଜମିବାରେ ଲାଗିଛି । ନିର୍ବାଚନ ପୁର୍ବରୁ ନିଜର ବଳ ଜୁଟାଇବା ଲକ୍ଷ୍ୟରେ ଥିବା ବିଜେପି ପୁଣିଥରେ ବୁଢିଆଣିର ମାୟାଜାଲରେ ପଡିବାକୁ ନେଇ ଫାଇଦା ଉଠାଇବା କ୍ଷ୍ୟରେ ରହିଛି ବିଜେଡି ।
What's Your Reaction?






