ଦିବ୍ୟାଙ୍ଗ ଉପକରଣ ବଣ୍ଟନ
ବାସୁଦେବପୁର : ଭଦ୍ରକ ସାଂସଦଙ୍କ ଅନୁଦାନ ପାଣ୍ଠିରୁ ଦିବ୍ୟାଙ୍ଗ ଉପକରଣ ବଣ୍ଟନ କରାଯାଇଛି । ଏହି ଅବସରରେ ବାସୁଦେବପୁର ବ୍ଲକ ପରିସରରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ବିଷ୍ନୁବ୍ରତ ରାଉତରାୟ ଓ ବିଡିଓ ସଞ୍ଜିବକୁମାର ସାହୁ ଯୋଗଦେଇଥିଲେ । ୧୦୯ ଜଣ ହୀତାଧିକାରୀମାନଙ୍କୁ ଦିବ୍ୟାଙ୍ଗ ଉପକରଣ ବଣ୍ଟନ କରାଯାଇଛି । ବିଏସଏସଓ ଆଭାରଞ୍ଜିତା ପୁହାଣ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।
What's Your Reaction?






