ଦାନବ ଠାରୁ ବଳିଗଲା ବାତ୍ୟା ଦାନା, ବାତ୍ୟା ଦାନା ଛଡାଇ ନେଲା ବର୍ଷକର ଦାନା
ବାସଦେବପୁର (RNI) ତାଣ୍ତବ ରଚିଲା ଚାଲିଗଲା ବାତ୍ୟା ଦାନା। ଦାନବ ଠାରୁ ବି ବଲିଗଲା ବାତ୍ୟା ଦାନା । ସବୁଠି ଏବେ ବାତ୍ଯା ବିଭିସିକା। ମାଟିରେ ମିଶାଇ ଦେଲା ଅନେକଘର! ଉଜାଡି ଦେଲା ଚାଷ।ଶବିଦ୍ୟୁତ ସରବରାହ ଠାରୁ ପାନୀୟ ଜଳ ବିତରଣ ସବୁ ଠପ ।ବାତ୍ୟା ଦାନା ପରର ବିଭିଷିକା ସମଗ୍ର ଅଞ୍ଚଳରେ । ଶୁକ୍ରବାର ସମୟ ସକାଳ ୬ଟାରୁ ୭ ଘଟିକା ସୁ ସୁ ଗର୍ଜନ କରି ମାଡିଆସିଲା ତିବ୍ରଗତିରେ ପବନ ସାଙ୍ଗକୁ ଭିଷଣ ବର୍ଷା । ପ୍ରଥମେ ଉତ୍ତରା ପବନ ଆଉ ପରେ ପଶ୍ଚିମା ସାଙ୍ଗକ ଦକ୍ଷୀଣି ପବନ।ପବନର ବେଗ ପ୍ରାୟ ୧୫୦ ରୁ ୧୮୦ ଥିଲା କିଛି ଘଣ୍ଟାରେ ରଚି ଦେଇଗଲା ତାଣ୍ତବ , ଆଉ ଧ୍ୱଂସ ବିଧ୍ୱଂସ କରିଦେଇ ଗଲା ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳ।ଆଉ ଏ ଦୃଶ୍ୟ ହେଉଛି ବାତ୍ୟା ବିଭିସିକାର ପଦଚିହ୍ନ। ବାତ୍ୟା ଦାନା ଭୟରେ ଘର ଛାଡି ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିଲେ। ବାତ୍ୟା କମିବାରୁ ଘରେ ଆସି ଦେଖିଲା ବେଳକୁ ଏକ ବିଶାଳ ତେନ୍ତୁଳି ଗଛ ଘର ଉପରେ ପଡିଛି!ଗଛ ପଡି ଘରର ସମସ୍ତ ଆଜବେଷ୍ଟ କାନ୍ଥ ସବୁ ଭାଙ୍ଗି ଯିବା ସହ ଅସବାପତ୍ର ବାହାର କରିବାକୁ ବି ପଶିବାକୁ ରାସ୍ତା ନାହିଁ ।
ବାସୁଦେବପୁରରେ ବିଭିନ୍ନ ଅଞ୍ଚଳରେ ପାଣିରେ ଭାସୁଛି ଶହ ଶହ ହେକ୍ଟର ଧାନ କ୍ଷେତ।ବାଡିରେ ଉଜୁଡି ପଡିଛି ପରିବା କ୍ଷେତ।ବାତ୍ୟା ପ୍ରକୋପରେ କେଉଁଠି ପାଚିଲା ଧାନ ତ ଆଉ ପୁଣି କେଉଁଠି ଥୋଡ ବାହାରିଥିବା ଧାନ ପବନ ମାଡରେ ସବୁ ବିଲରେ ଶୋଈ ପଡିଛି। ଆଉ ଧାନ ଉପରେ ବର୍ଷା ପାଣି ଜମି ରହି ଗଜା ହେଲାଣି ଧାନ!ସ୍ୱଳ୍ପ ବୃଷ୍ଟିପାତ ପାଈଁ ବିଳମ୍ବ ଚାଷକାର୍ଯ୍ୟ ହୋଇଥିଲେ ମଧ୍ୟ ଏଥର ଫସଲ ଭଲ ହୋଈଥିଲା । ଅମଳ ସମୟରେ ଦାଉ ସାଜିଲା ଦାନବ ରୂପକ ଦାନା । ଧାନ ଓ ପରିବା ଚାଷ ଉଜାଡିଦେଲା।ୠଣ ଆଣି ଚାଷ କରିଥିଲେ । ବର୍ଷକର ଦାନାକୁ ବାତ୍ୟା ଦାନା ଛଡାଇ ନେଲା।
Follow RNI News Channel on WhatsApp: https://whatsapp.com/channel/0029VaBPp7rK5cD6XB
What's Your Reaction?






