ଜିଲ୍ଲାର ୩୫ଟି କେନ୍ଦ୍ରରେ ଚାଲିଛି +୨ ପରୀକ୍ଷା

Feb 19, 2024 - 18:21
Feb 19, 2024 - 18:59
 0  729
ଜିଲ୍ଲାର ୩୫ଟି କେନ୍ଦ୍ରରେ ଚାଲିଛି +୨ ପରୀକ୍ଷା

ଭଦ୍ରକ ;  ରିଖ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଫେବୃୟାରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା + ପରୀକ୍ଷା ପାଇଁ ଭଦ୍ରକ ଜିଲ୍ଲାରେ ୩୫ଟି କେନ୍ଦ୍ରରେ ପରୀକ୍ଷା ଚାଲିଛି ଏଥିପାଇଁ ୫ଟି ପ୍ରଶ୍ନପତ୍ର କେନ୍ଦ୍ରର ବ୍ୟବସ୍ଥା କରାଯାଇଛି ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ବି.ଏନ୍‌.ଏମ୍‌. କଲେଜ, ପାଳିଆ, ଧାମନଗର କଲେଜ, ଅଟଳ ବିହାରୀ କଲେଜ, ବାସୁଦେବପୁର ଏବଂ ଆଗରପଡ଼ା କଲେଜ ଏହି ୫ଟି କଲେଜରେ ପ୍ରଶ୍ନପତ୍ର ହବ୍ କରାଯାଇଛି ଏହି ୫ଟି କେନ୍ଦ୍ର ପାଇଁ ବି.ଡ଼ି.. ମାନଙ୍କୁ ସ୍ୱତନ୍ତ୍ର ଅଫିସର ଭାବେ ନିୟୋଜିତ କରାଯାଇଛି ୩୫ଟି ପରୀକ୍ଷା କେନ୍ଦ୍ର ପାଇଁ ୩୫ ଜଣ ରାଜସ୍ୱ ନିରୀକ୍ଷକଙ୍କୁ ପରୀକ୍ଷା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଛି ସୂଚନା ଯୋଗ୍ୟ କି ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ମହାବିଦ୍ୟାଳୟର ପିଲାଙ୍କ ସହ ଅବନ୍ତିକା କଲେଜ ବ୍ୟତୀତ ଅନ୍ୟ ଘରୋଇ କଲେଜର ପିଲା ମିଶି ସମୁଦାୟ ୯୮୭ ଜଣ ପିଲା ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଛି ପ୍ରକାଶ ଥାଉକି ଭଦ୍ରକ ଜିଲ୍ଲାରେ + କଳାରେ ୮୦୬୨, ବିଜ୍ଞାନରେ ୨୮୭୯, ବାଣିଜ୍ୟରେ ୧୨୭୯ ସମୁଦାୟ ୧୨,୨୨୦ ଜଣ ପିଲା ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0