ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ 

Mar 9, 2024 - 19:23
Mar 9, 2024 - 20:30
 0  1.6k
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ 

ଭଦ୍ରକ (RNI): ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଷ୍ଣୁପୁର ଗ୍ରାମ ପଞ୍ଚାୟତ ଭଦ୍ରକଠାରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମେ ଏକ ଶୋଭାଯାତ୍ରାରେ ମହିଳାମାନଙ୍କ ଦ୍ୱାରା କରାଯାଇଥିଲା ଏବଂ ପରେ ସଭାକାର୍ଯ୍ୟ କରାଯାଇ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଆଇନ ତଥା ଏସବୁକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ନାରୀ ପ୍ରତି ଅନ୍ୟାୟ, ଅତ୍ୟାଚାର କରିବାରେ ଲାଗିଛି, ଶିଶୁ ଭୃଣହତ୍ୟା, ଯୈାତୁକ ପ୍ରଥା, ବଳାତ୍କାର ଇତ୍ୟାଦି ସବୁକୁ ସମୂଳେ ନାଶ କରିବା ପାଇଁ ମହିଳାମାନଙ୍କୁ ସଶକ୍ତିକରଣ କରାଯାଇଛି ତଥା ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସହ ସ୍ୱାବଲମ୍ବୀ ଆଜିର ଯୁଗରେ ହୋଇପାରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ, ନେହା ଅଗ୍ରୱାଲ, ଏମ୍‌.ଏସ୍‌. ନିଲୋଫର, କନିଷ୍ଠ ଦେୱାନି ବିଚାରପତି, ଏମ୍‌.ଏସ୍‌. ଇପସିତା ଭୋଇ, ଦ୍ୱିତୀୟ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି, ଭଦ୍ରକ, ଆଇନ୍ ସେବା ପ୍ରତିପକ୍ଷ ଓକିଲ ନାରାୟଣ ପ୍ରସାଦ ବେହେରା, ଡଃ ତାପସ କୁମାର ମହାନ୍ତି, ବହ୍ନିଶିଖା ବିଶ୍ୱାଳ ପ୍ରମୁଖ ଏବଂ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର କର୍ମଚାରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0