ଜମିଜମା ବିବାଦକୁ ନେଇ ଘରପୋଡି

Jun 10, 2024 - 19:23
Jun 10, 2024 - 19:23
 0  4.1k

ଭଦ୍ରକ (RNI)  ଭାଇଭାଇଙ୍କ ମଧ୍ୟରେ ଥିଲା ଜମିଜମା ବିବାଦ । ବିବାଦ ଏତେ ଉଗ୍ରରୁପ ନେଇଥିଲା ,ଯାହାଫଳରେ ଭାଇର ଘରକୁ ପୋଡିଦେଲା ଭାଇ, ଏମିତି ଅଟଣା ବାସୁଦେବପୁର ଥାନା ଅଧିନ ଅରଣ୍ଡୁଆ ପଞ୍ଚାୟତର କିଆପଡା ଗ୍ରାମରେ ବୋଲି ଜାଣିବାକୁ ମିଳିଛି । ସୂଚନା ମୁତାବକ, କିଆପଡା ଗ୍ରାମର ଇନ୍ଦ୍ରମଣୀ ବେହେରା ଓ କଘ୍ଲେଇ ବେହେରାଙ୍କ ମଧ୍ୟରେ ଜମିଜମାକୁ ନେଇ ବିବାଦ ଲାଗିରହିଥିଲା । ଆଜି ଏହି ବିବାଦ ଉଗ୍ରରୁପ ଧାରଣ କରିବା ପରେ କଘ୍ଲେଇ ବେହେରାଙ୍କ ଘରେ ନିଆଁ ଲଗାଇବାକୁ ନେଇ ଥାନାରେ ଅଭିଯୋଗ ହୋଇଛି ।ଖବରପାଇ ଅଗ୍ନୀଶକବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏନେଇ ଥାନାଧିକାରିଣୀ ଲୋପାମୁଦ୍ରା ନାୟକ କୁହନ୍ତି, ଅଭିଯୋଗକୁ ଭିତ୍ତି କରି ତଦନ୍ତ ଚାଲିଛି ।

Follow RNI News Channel on WhatsApp: https://whatsapp.com/channel/0029VaBPp7rK5cD6XB2

What's Your Reaction?

like

dislike

love

funny

angry

sad

wow