ସୁନାଦୋକାନରୁ ଲୁଟ

ବାସୁଦେବପୁର (RNI) : ଗ୍ରାହକ ଭାବରେ ସୁନା ଦୋକାନକୁ ଆସିଲେ । ସୁନା କିଣିବା କଥା କହି ସୁନାଚେନ ବି ଦେଖିଲେ । ପରେ ସମୟର ସଦୁପଯୋଗ କରି ଚମ୍ପଟ ମାରିଲେ । ଏମିତି ଘଟଣା ବାସୁଦେବପୁର ସହରରରେ ଦିନ ଦ୍ୱିପହର ସମୟରେ ବୋଲି ଅଭିଯୋଗରୁ ଜଣାପଡିଛି । ବାସୁଦେବପୁର ସହରର ଧାମରାରୋଡରେ ଥିବା ପିକେ ଜୁଏଲାର୍ସରେ ଦିନପାଖାପାଖି ଦୁଇଟା ସମୟରେ ଗ୍ରାହକ ବେଶରେ ଦୁଇଲୁଟେରା ପହଞ୍ଚିଥିଲେ । ଲୁଟ କରିବା ଉଦେଶ୍ୟ ରଖି ସୁନାଚେନ ଦେଖୁଦେଖୁ ସୁଯୋଗ ଦେଖି ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲେ । ପାଖାପାଖି ଛଅଲକ୍ଷଟଙ୍କାର ସୁନାଳଙ୍କାର ଲୁଟ ହୋଇଥିବା ଆକଳନ କରାଯାଉଛି । ଏହି ଘଟଣା ପରେ ଜୁଏଲାର୍ସ ମାଲିକଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ଆସିବା ପରେ ଘଟଣାର ତଦନ୍ତ ଚାଲୁ ରହିଛି ବୋଲି ଥାନାଧିକାରିଣୀ ଲୋପାମୁଦ୍ରା ନାୟକ ସୂଚନା ଦେଇଛନ୍ତି ।
What's Your Reaction?






