ମହାଦୁର୍ନିତୀ ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀ
ବାସୁଦେବପୁର : ପଞ୍ଚାୟତରାଜ ବ୍ୟବସ୍ଥାକୁ ଗୁରୁତ୍ୱଦେଇ ସରକାର ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଛନ୍ତି । ମାତ୍ର ଏହି ସମସ୍ତ ଯୋଜନାର ସୁପରିଚାଳନା ପରିବର୍ତ୍ତେ ପଞ୍ଚାୟତ ସ୍ତରରେ ଥିବା କତେଜଣ ବ୍ୟକ୍ତି ବିଷେଷ ଓ ପଦାଧିକାରୀ ହେଉଛନ୍ତି ମାଲେମାଲ । ପୁଣି ଅଭିଯୋଗ ଆସିବା ପରେ ତଦନ୍ତ କରାଯାଇ ହଡପ ଅର୍ଥରାଶିକୁ ଫେରସ୍ତ କରାଯିବା ପରେ ହାତବାନ୍ଧି ବସୁଛି ପ୍ରଶାସନ । ସମସ୍ତ ଅଭିଯୋଗକୁ ଭିତ୍ତିକରି ତଦନ୍ତ କରାଯିାଇ ହଡପ ଅର୍ଥ ଫେରସ୍ତ କରାଯାଉଛି ସିନା ପଦାଧିକାରୀଙ୍କ ବିରୁଦ୍ଧରେ କୈାଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆନଯିବାକୁ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ପଞ୍ଚାୟତକୁ ଆସୁଥିବା ବିଭିନ୍ନ ଯୋଜନାରେ ମହାଦୁର୍ନିତୀକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ । ବାସୁଦେବପୁର ଥାନା ଅଧିନ ସୁଦର୍ଶନପୁର ଛକ ଠାରେ ସାମାଜିକକର୍ମୀ ତପନ ବାରିକ ମହା ଦୁର୍ନିତୀର ଫର୍ଦ୍ଦ ଖୋଲିଛନ୍ତି । ସ୍ଥାନୀୟ ସରପଞ୍ଚ ଓ ତାଙ୍କର ସହଯୋଗୀମାନେ ମିଳିତ ଭାବରେ ସରକାରଙ୍କ ତହବିଲରୁ ବିଭିନ୍ନ ଯୋଜନା ମାଧ୍ୟମରେ ଆସୁଥିବା ସହୟତା ଓ ପ୍ରକଳ୍ପ ବାବବଦକୁ ଆସୁଥିବା ଅର୍ଥରାଶିକୁ ହଡପ ଲରିଥିବା ନେଇ ସୂଚନା ଦେଇଛନ୍ତି । ସୁଦର୍ଶନପୁର ପଞ୍ଚାୟତର ରୋଳା ଅମୃତ ସରୋବର ପୋଖରୀ ମାଟି କାମରେ ସରକାରୀ ଚାକିରିଆ ନାମରେ ଜବକାର୍ଡ ଥିବା ବେଳେ ସେହି ଗ୍ରାମର ସାବିତ୍ରୀ ସାହୁ ନାମକ ମୃତ ମହିଳାଙ୍କ ନାମରେ ଜବକାର୍ଡ କରି ଟଙ୍କା ଆତ୍ମସାତ କରିଥିବା ନେଇ ସୂଚନା ମିଳିଛି । ସେହିପରି ବିଲମଙ୍ଗଳା ଠାକୁରାଣି ପୋଖରୀ ନଥାଇ ଘାଟ ନିର୍ମାଣ କରାଯିବା ପ୍ରସଙ୍ଗରେ ଆତ୍ମସାତ କରାଯାଇଥିବା ଅର୍ଥକୁ ଫେରସ୍ତ କରାଯିବା ଘଟଣାରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ସଂପର୍କରେ ସୂଚନା ପ୍ରଦାନ କରିବା ସହିତ ହରିଶ୍ଚନ୍ଦ୍ର ଯୋଜନାରେ ବ୍ୟାପକ ଜାଲିଆତି ହୋଇଥିବା ସୂଚନା ଦେଇଛନ୍ତି । ମୃତ ବ୍ୟକ୍ତିଙ୍କ ନାମରେ ଦୁଇଦୁଇ ଥର ସହାୟତା ରାଶି ଉଠାଣ କରାଯାଇଥିବା ସୂଚନା ଦେଇଛନ୍ତି । ଏହି ପଞ୍ଚାୟତର ମୃତ ମହିଳା କନକଲତା ମହାଳିକଙ୍କ ସ୍ୱାମୀ ହରିହର ମହାଳିକ ୧୯୮/୨୦୦୬ ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇ ଜେଲରେ ଥିବା ସମୟରେ ଟଙ୍କା ଉଠାଣ କରାଯାଇଥିବା ସୂଚନା ମିଳିଛି । ଅପରପକ୍ଷରେ ସୁଦର୍ଶନପୁର ସମବାୟ ସମିତି ଗଠନରେ ଅନୀୟମିତତା ହୋଇଥିବା ସହିତ ପୁରୁଣା ଘରକୁ ଦେଖାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅର୍ଥରାଶି ଉଠାଣ କରାଯାଇଥିବା ଓ ବହୁ ପୁରୁଣା ଟିେଓୱଲ ଦେଖାଇ ଟଙ୍କା ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି ।
What's Your Reaction?






