ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ

ଭଦ୍ରକ : ନୂଆବଜାର ଭଦ୍ରକସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବିଂଶତମ ବାର୍ଷିକ ଉତ୍ସବ ସଭାପତି ଅକ୍ଷୟ କୁମାର ମହାନ୍ତିଙ୍କ ପୌରହିତ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟବକ୍ତା ଚରମ୍ପା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ସୌରେଷ ଚନ୍ଦ୍ର ମହାନ୍ତି ଯୋଗ ଦେଇ ବିଦ୍ୟାଳୟର ପ୍ରୟାସକୁ ଭୂରିଭୂରି ପ୍ରଶଂସା କରିଥିଲେ । ଶିକ୍ଷା ବିକାଶ ସଂସ୍ଥାନ ଉତ୍ତର କ୍ଷେତ୍ରର ପ୍ରମୁଖ ରାମଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି ଭାବରେ ଯୋଗଦେଇ ପିଲାମାନଙ୍କୁ ଭବିଷ୍ୟତ ଗଠନରେ ଶିକ୍ଷକମାନଙ୍କ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସମ୍ମାନିତ ଅତିଥି ଭାବରେ ଶିବପ୍ରସାଦ ଜେନା, ସଂପାଦକ (ଚୁନିନ୍ଦା ଶିଶୁ ମନ୍ଦିର) ଯୋଗଦେଇ ଶିଶୁମାନଙ୍କୁ ଅନିସନ୍ଧିଷୂ ହେବାକୁ ପରାମର୍ଶ ଦେଇଥିଲେ । ପରିଚାଳନା କମିଟିର ସଦସ୍ୟା ତଥା ସମାଜସେବୀ ଦେବୀଦତ୍ତା ମହାନ୍ତି ଶିଶୁମାନଙ୍କୁ ଭଲ ମଣିଜ୍ଝଷ ହେବାରେ ସୁଚିନ୍ତିତ ପରାମର୍ଶ ଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ପ୍ରତିମାରାଣୀ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିବା ଗୁରୁମା ମିନାକ୍ଷୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଦ୍ୟାଳୟର କୁନି କୁନି ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବକୁ ଲକ୍ଷ୍ମୀପ୍ରିୟା ଗୁରୁମା, ସଞ୍ଜୁ ଗୁରୁମା, ସୌଦାମିନି ଗୁରୁମା, ପୁଷ୍ପଲତା ଗୁରୁମା, ରୋଜାଲିନ୍ ଗୁରୁମା(ସେବିକା ରଞ୍ଜୁଲତା) କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
What's Your Reaction?






