ବିଧାୟକଙ୍କ କଣ୍ଠରେ ନବୀଚଙ୍କ ବିକାଶର ଗାଥା ଆମ ଓଡିଶା ନଦୀନ ଓଡିଶା ସଙ୍ଗୀତ ଉନ୍ମୋଚନ ଉତ୍ସବ
ଭଦ୍ରକ (RNI ) ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନ - ୨୦୨୪ ପରିପ୍ରେକ୍ଷୀରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ନିର୍ବାଚନ ଉଷ୍ମତା ଭରି ଯାଇଛି । ନିର୍ବାଚନ ରଣାଙ୍ଗନରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କସରତ ଆରମ୍ଭ ହୋଇଯାଇଛି । ଓଡିଶାର ସାଡେ ଚାରି କୋଟି ହୃଦୟର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ବାର୍ଭାକୁ ଘରେ ଘରେ ପହଞ୍ଚାଇବାକୁ ବାସୁଦେବପୁର ଯୁବ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଏକ ଅଭିନବ ପ୍ରାୟସ କରିଛନ୍ତି । ଭାରତ ବର୍ଷର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ନିଜର ପାରଦର୍ଶିତା ଦେଖାଇ କ୍ରମାଗତ ଭାବେ ନିର୍ବାଚିତ ହେଇଥିବା ନବୀନ ପଟ୍ଟନାୟକ ଏଥର ଷଷ୍ଠଥର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିବା ପାଇଁ ସମଗ୍ର ଓଡିଶାବାସୀଙ୍କର ଅକୁଣ୍ଠ ସ୍ନେହ, ଶ୍ରଦ୍ଧା, ଆଶୀର୍ବାଦ ଓ ଭଲ ପାଇବା ରହିଛି । ଏହି ସ୍ରୋତରେ ନିଜକୁ ଗୁଣ୍ଡୁଚି ମୂଷା ପରି ସାମିଲ କରିବା ପାଇଁ ପତ୍ନୀ ଋତୁପର୍ଣ୍ଣା ସ୍ରୋତସ୍ବିନୀ ରାଉତରାୟଙ୍କ ସହଯୋଗରେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ କଣ୍ଠଦାନ କରି ଓଡିଶାର ପ୍ରକୃତ ଚିତ୍ରକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରିଛନ୍ତି । ତାଙ୍କର ଯାଦୁଗରି କଣ୍ଠରେ ଓଡିଶାର ସବୁ ବର୍ଗର ଲୋକମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ସଫଳ ଯୋଜନାକୁ ସଙ୍ଗୀତ ମାଧ୍ୟମରେ ପରିବେଷଣ କରିବା ପାଇଁ ଚେଷ୍ଟା କରିଛନ୍ତି ।
Follow RNI News Channel on WhatsApp: https://whatsapp.com/channel/0029VaBPp7rK5cD6XB2
What's Your Reaction?