ବିଜେଡିର ମିଶ୍ରଣ ପର୍ବ

ବାସୁଦେବପୁର (RNI) : ଆଗକୁ ଆସୁଛି ନିର୍ବାଚନ । ନିର୍ବାଚନ ପୁର୍ବରୁ ଚାଲିଛି ରାଜନୈତିକ ଦଳମାନଙ୍କର ଗୋଟିଚାଳନା । ପ୍ରତିଟି ନିର୍ବାଚନ ସମୟରେ ବିଜେଡି ତାର ନିର୍ବାଚନ ରଣକୈାଶଳକୁ ଆପଣାଇ ବାସୁଦେବପୁର ବିଧାନସଭା କ୍ଷେତ୍ରରେ ଲଗାତର ଭାବରେ ବିଜୟ ମୁକୁଟ ପାଇ ଆସୁଛି । ଆଜି ବାସୁଦେବପୁର ବିଧାନସଭା କ୍ଷେତ୍ର ଅଧିନ ନାଇକାଣିଡିହି ମେଳନ ପଡିଆ ଠାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନାଇକାଣିଡିହି ପଞ୍ଚାୟତର ରତିକାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଶିବ ପ୍ରସାଦ ମଳିକ, ମୂରଲିଧର ପ୍ରଧାନ, ବିଦ୍ୟାଧର ଜେନା, ରାଜୀବଲୋଚନ ସିଂ, ମାନସ ନାୟକ,ଗୋରହରୀ ବେହେରା, ବନେନ୍ଦୁ ବେହେରା,ଶାନ୍ତନୁ ଦାସ, ଗୋପିନାଥ ମହାପାତ୍ର, ନିରାକାର ଘଡେଇ, ଗଦାଧର ଦାସ,ପ୍ରଭାକର ଲେଙ୍କା, ମୀନକେତନ ଓଝା, ଧନେଶ୍ୱର ସେଠୀ,ଅଜୟ ଲେଙ୍କା, ବିକାଶଚନ୍ଦ୍ର ମଳିକ, ଗୋଲକ ସାହୁ ପ୍ରମୁଖ ଅନ୍ୟଦଳ ଛାଡି ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ବିଷ୍ନୁବ୍ରତ ରାଉତରାୟଙ୍କ ନେତୃତ୍ୱ ଉପରେ ଅତୁଟ ବିଶ୍ୱାସ ଭରସା କରି ଆଜି ରାଜ୍ୟ ବିଜେଡି ସଂପାଦକ ରବିନ୍ଦ୍ର ସାମଲଙ୍କ ଉପସ୍ଥିତିରେ ଅନୁଷ୍ଟାନିକ ଭାବରେ ବିଜେଡିରେ ଯୋଗଦେଇଛନ୍ତି । ଏହି ସମୟରେ ବିଧାୟକ ପ୍ରାର୍ଥୀ ଶ୍ରୀ ରାଉତରାୟ ଉପସ୍ଥିତ ରହି ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ନବାଗତମାନଙ୍କୁ ସ୍ୱାଗତ ଜଣାଇଥିଲେ । ବିଧାୟକଙ୍କ ପ୍ରତିନିଧୀ ଅସିତ କୁମାର ଦାଶ ସଭାପରିଚାଳନା କରିଥିବା ସହିତ ସ୍ଥାନୀୟ ପଞ୍ଚାୟତର ସମର୍ଥକ ଓ କର୍ମୀମାନେ ଉପସ୍ଥିତ ଥିଲେ ।
Follow the RNI News channel on WhatsApp: https://whatsapp.com/channel/0029VaBPp7rK5cD6XB2Xp81Z
What's Your Reaction?






