ବିଜୁ ପଟ୍ଟନାୟକଙ୍କ ଜୟନ୍ତି,ପଞ୍ଚାୟତରାଜ ଦିବସ ପାଳିତ
ବାସୁଦେବପୁର(RNI) ବାସୁଦେବପୁର ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ଆଜି ବିଜୁ ପଟ୍ଟନାୟକଙ୍କ ଜୟନ୍ତି ଓ ପଞ୍ଚାୟତରାଜ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବାସୁଦେବପୁର ବିଜେଡି ବ୍ଲକ ସଭାପତି ଦୀନବନ୍ଧୁ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ବାସୁଦେବପୁର ବିଧାୟକ ବିଷ୍ନୁବ୍ରତ ରାଉତରାୟ,ପୈାରାଧ୍ୟକ୍ଷା ନିବେଦିତା ବେହେରା,ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳପ୍ରମୁଖ ଯୋଗଦେଇ ନିଜ ନିଜର ମତପୋଷଣ କରିଥିଲେ । ଏହି ଉତ୍ସବରେ ସମାଜସେବୀ ତଥା ଯୁବ ବ୍ୟବସାୟୀ ଶୁଭେନ୍ଦୁ ଭୂଷଣ ବେହେରା , ପ୍ରଫୁଲ୍ଲ ପଳିତା, ପ୍ରଫୁଲ୍ଲ ବିଶ୍ୱାଳ,ଉତ୍ତମ ବାରିକପ୍ରମୁଖ ନିଜ ଅଭିଭାଷଣ ପ୍ରଦାନ କରିଥିଲେ । ବିଜେଡି ଦଳର ବହୁ କର୍ମୀ ଓ ସମର୍ଥକମାନେ ଉପସ୍ଥିତ ଥିଲେ । ବିଧାୟକଙ୍କ ଓ ପୈାରାଧ୍ୟକ୍ଷାଙ୍କ ସମେତ ବହୁ କର୍ମୀ ଓ ସମର୍ଥକମାନେ ଜାଫରପୁର ଠାରେ ଥିବା ବାଲାଜୀ ବାସନ୍ତି ବୃଦ୍ଧାଶ୍ରମ ଓ ବାସୁଦେବପୁର ଡାକ୍ତରଖାନାରେ ପହଞ୍ଚି ଫଳ ବଣ୍ଟନ କରିଥିଲେ । ସେହିପରି ବାସୁଦେବପୁର ବ୍ଲକର ସଭା ଗୃହରେ ପଞ୍ଚାୟତ ରାଜ ଦିବସ ବିଡିଓ ସଞ୍ଜିବକୁମାର ସାହୁଙ୍କ ପୈାରହିତ୍ୟରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଶ୍ରୀ ରାଉତରାୟ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ବିଶ୍ୱାଳ,ଗ୍ରାମପଞ୍ଚାୟତ ଅଧିକାରୀ ଅମୀୟକୁମାର ନାଥପ୍ରମୁଖ ମଞ୍ଚାସୀନ ଥାଇ ନିଜ ନିଜର ମତପୋଷଣ କରିଥିଲେ । ଏହି ଅବସରରେ ପଞ୍ଚାୟତରାଜ ବ୍ୟବସ୍ଥାର ଜନପ୍ରତିନିଧୀମାନଙ୍କ ସହ ବୁଦ୍ଧିଜିବୀମାନେ ଉପସ୍ଥିତ ଥିଲେ । ଅମୀୟ କୁମାର ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ ।
What's Your Reaction?






