ବିଜୁବାବୁଙ୍କୁ ମିଳିବ ଭାରତ ରତ୍ନ : ବିଜେଡି-ବିଜେପି ମଧ୍ୟରେ ହେବ ମେଣ୍ଟ !

ବିଜୁ ବାବୁଙ୍କୁ ମିଳିବ ଭାରତ ରତ୍ନ। ବିଜେଡି-ବିଜେପି ମଧ୍ୟରେ ହେବ ମେଣ୍ଟ। ଲୋକ ସଭା ନିର୍ବାଚନରେ ବିଜେପି 14ଟି ଓ ବିଜେଡି 7ଟି ଆସନରେ ଲଢିବ। ସେହିଭଳି ବିଧାନ ସଭାରେ ବିଜେଡି 100ରୁ ଊର୍ଦ୍ଧ ଆସନରେ ଲଢିବ। ବିଜେଡି ବିଜେପିକୁ 30-40ଟି ଆସନ ଛାଡିଦେବ । ନବୀନ ବାବୁ ହେବେ ମୁଖ୍ୟ ମନ୍ତ୍ରୀ । ତେବେ ଦୁଇ ଦଳରୁ ଦୁଇ ଜଣ ଊପମୁଖ୍ୟମନ୍ତ୍ରୀ ହେବେ। ବିଜେଡିରୁ ଜଣେ ଓ ବିଜେପିରୁ ଜଣେ। ତେବେ ଏହା କେବଳ ଏକ ଅନୁମାନ। ସତ୍ୟ ହୋଇ ପାରେ । ନ ହୋଇ ବି ପାରେ। ଏହାର ଊଦାହରଣ ହେଊଛି ଊତ୍ତର ପ୍ରଦେଶରେ ଚୌଧୁରୀ ଚରଣ ସିଂହଙ୍କୁ ମିଳିଥିବା ଭାରତ ରତ୍ନ । ତାଙ୍କ ପୁଅ ଜୟନ୍ତ ଚୌଧୁରୀଙ୍କ ପାର୍ଟି ରାଷ୍ଟ୍ରୀୟ ଲୋକ ଦଳ ଏବେ ଏନଡିଏରେ ସାମିଲ ହୋଇଛି । ପୂର୍ବରୁ ଏନଡିଏ ତଥା ବିଜେପି ଦଳକୁ ବିଭିନ୍ନ ପ୍ରସଙ୍ଗରେ ରାଷ୍ଟ୍ରିୟ ଲୋକ ଦଳ ଜୋରଦାର ବିରୋଧ କରି ଆସୁଥିବାବେଳେ ଚୌଧୁରୀ ଚରଣ ସିଂହଙ୍କୁ ବାରତ ରତ୍ନ ମିଳିଯିବା ପରେ ଜୟନ୍ତ ଶାନ୍ତ ପଡି ଯାଏଥିଲେ ଏବଂ ଆଖି ବନ୍ଦ କରି ଏନଡିଏରେ ସାମିଲ ହୋଇ ଯାଇଥିଲେ । ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ତଳେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାକଙ୍କ ଜେଡିୟୁ ଏନଡିଏରେ ସାମିଲ ହୋଇଥିଲା । ଦେଶ ବ୍ୟାପି ଏହି କୌଣଳରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ତଥା ଏନଡିଏ 400ଟି ଆସନ ହାତେେଇବାକୁ ଊଦ୍ୟମ ଆରମ୍ଭ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ କହି ଆସୁଛନ୍ତି ଦେଶରେ ଏଥର ଏନଡିଏ ମେଣ୍ଟ 400କୁ ଅତିକ୍ରମ କରିବ ଓ ବିଜେପି ଦଳ 370କୁ ଛୁଇଁବ । ଏହି ଆଧାରରେ ମୋଦୀଙ୍କ ବାଣୀକୁ ସତ୍ୟରେ ପରିଣତ କରାଇବାକୁ ଦଳ ପକ୍ଷରୁ ଊଦ୍ୟମ ଆରମ୍ଭ ହୋଇଛି । ପୂର୍ବରୁ ଲୋକ ସଭାରେ ଏନଡିଏ ପକ୍ଷରୁ ଆଗତ କରାଯାଇଥିବା ପ୍ରତ୍ୟେକଟି ବିଲ ସପଷରେ ବିଜେଡି ସାଂସଦମାନେ ମତଦାନ କରିଥିବା ସମସ୍ତଙ୍କୁ ଜଣା । ବିଜେଡି ଦଳର ସଦସ୍ୟମାନେ କେବେ ବି କୌଣସି ବିଲଆଗତବେଳେ ୟେଭଳି ଆଲୋଚନାରେ ଅଂଶ ଗ୍ରହଣ କରିବା କଥା ସେଭଳି ବି କରି ନାହାଁନ୍ତି। ସିଧା ହାତ ଟେକି ଦେଇଛନ୍ତି ।ସେ ସିଏେ ବିଲ ହେଊ ଅବା ଦିଲ୍ଲା ସର୍ଭିସେସ ବିଲ। ପ୍ରତ୍ୟେକଟି ବିଲରେ ୟେସ ସାର । ମାନେ ଆଖି ବନ୍ଦ କରି ବିଲକୁ ପାସ କରି ଦେଊଥିଲେ।
What's Your Reaction?






