ବାଣିକଲ୍ୟାଣଙ୍କ ରୋଡ ସୋ

ବାସୁଦେବପୁର,୬/୫( RNI) : ସାଧାରଣ ନିର୍ବାଚନକୁ ନେଇ ତିନି ପ୍ରମୁଖ ଦଳ ନିଜର ରଣକୈାଶଳ ସହ ଶକ୍ତି ପ୍ରଦର୍ଶନ କରାଇବାରେ ଲାଗିପଡିଛନ୍ତି । ଆଜି ଅପରାହ୍ନ ୬ଟା ସମୟରେ ବାସୁଦେବପୁର ବିଧାନସଭା ଆସନ ପାଇଁ ବିଜେପିର ରୋଡ ସୋ ଅନୁଷ୍ଠିତ ହୋଇଯାଇଛି । ସୁଗୋ ପଞ୍ଚାୟତର କପାଗଡିଆ ଛକ ଠାରୁ ବିଜେପି ସମର୍ଥିତ କର୍ମୀମାନେ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ବାସୁଦେବପୁର ସହର ପରିକ୍ରମା କରି ମନ୍ଦାରୀ କଲେଜପଡିଆ ଠାରେ ପହଞ୍ଚିଥିଲେ । ଏହି ଅବସରରେ ବିଜେପି ବିଧାୟକ ପ୍ରାର୍ଥୀ ବାଣିକଲ୍ୟାଣ ମହାନ୍ତିଙ୍କ ସହ ବିଜେପି ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ,ଉଦୟନାରାୟଣ ମଲ୍ଲିକ,ଅଶୋକ ସାହୁପ୍ରମୁଖ ରୋଡ ସୋ ରେ ଉପସ୍ଥିତ ଥିଲେ ।
What's Your Reaction?






