ଫୁଲୁଛି ଗମେଇ: ସୁଦର୍ଶନପୁର ବରଣ୍ଡୁଆ ରାସ୍ତାରେ ବନ୍ୟାଜଳ ପ୍ରବାହିତ, ଜଳବନ୍ଦୀ ପରିବାରକୁ ଭେଟିଲେ ବିଧାୟକ
(ବିଶ୍ବଜିତନାଥ)
ଭଦ୍ରକ (RNI) ବାତ୍ୟା ଦାନା ଦାନବ ଠାରୁବି ବଳିଯାଇଛି । ବାତ୍ୟାରେ କ୍ଷତିଗ୍ରସ୍ଥ ପରିବାର ସରକାରୀ ସହାୟତାକୁ ଚାହିଁ ବସିଥିବା ବେଳେ ୨୮ତାରିଖ ଭୋର ସମୟରୁ ପାଲଟିଛନ୍ତି ଜଳବନ୍ଦି । ଉପରମୁଣ୍ଡରେ ଅତିପ୍ରବଳ ବର୍ଷା କାରଣରୁ ଏବେ ଗମେଇ ନଦୀ ଫୁଲିବାରେ ଲାଗିଛି । ଫଳରେ ତଳିଆ ଅଞ୍ଚଳରେ ଏବେ ବନ୍ୟା ଜଳ ପ୍ରବାହିତ ହେବାରେ ଲାଗିଛି । ସୁଦର୍ଶନପୁର- ବରଣ୍ଡୁଆ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଏହି ଦୁଇ ପଞ୍ଚାୟତ ସମେତ ଲୁଙ୍ଗା ପଞ୍ଚାୟତର ବଡକିଆରି, ମହୁଜୋରୀ,ନରସିଂହପୁର ପଞ୍ଚାୟତ ଓ ବାସୁଦେବପୁର ପୌରପାଳିକାର କୋଡିଏ ନମ୍ବର ଓ୍ବାର୍ଡ ବଳିବିନ୍ଧା ଗ୍ରାମର ପାଖାପାଖି ତିନିଶହ ଜଳବନ୍ଦି ଭାବରେ ରହିଛନ୍ତି । ଧାନକ୍ଷେତରେ ବନ୍ୟାଜଳ ମାଡିଯାଇଥିବା ଦେଖିବାକୁ ମିଳିଛି । ଫଳରେ ଧାନଚାଷ କରିଥିବା ଚାଷି ,ଚାଷ ଉଜୁଡିଯାଇଥିବା ବେଳେ ବାତ୍ୟା ପରେ ବନ୍ୟା ବେଢି ଉପରେ କୋରଡାମାଡ ସଦୃଶ ପାଲଟିଛି । ଖବରପାଇ ବାସୁଦେବପୁର ବିଧାୟକ ଅଶୋକକୁମାର ଦାଶ,ବାସୁଦେବପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ବାଳ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିବା ସହ ବନ୍ୟାପିଡିତ ପରିବାରକୁ ଭେଟି ତୁରନ୍ତ ସରକାରୀ ସହାୟତା ଯୋଗଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ବଳିବିନ୍ଧା ଗ୍ରାମରେ ବନ୍ୟା ପିଡିତ ପରିବାରଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଣ କରାଯାଇଛି ।
1:- କଂଗ୍ରେସ ବିଧାୟକ ଦଳର ଉପନେତା ଅଶୋକ କୁମାର ଦାଶଙ୍କ ବାଇଟ ସହିତ
2:-ନଗେନ୍ଦ୍ର ପ୍ରସାଦ ବିଶ୍ବାଳ,ଅଧ୍ୟକ୍ଷ ବାସୁଦେବପୁର ପଞ୍ଚାୟତ ସମିତି
3:- ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ
Follow RNI News Channel on WhatsApp: https://whatsapp.com/channel/0029VaBPp7rK5cD6XB
What's Your Reaction?