କନ୍ୟାରତ୍ନ ପାଇଁ ସଚେତନତାର ଆବଶ୍ୟକତା

ବାସୁଦେବପୁର (RNI) କନ୍ୟା ସନ୍ତାନ ମାନଙ୍କ ସଂଖ୍ୟା ପୁତ୍ର ସନ୍ତାନ ମାନଙ୍କ ଠାରୁ କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି । ଏହା କେବଳ କୈାଣସି ଗ୍ରାମ,ସହର, ରାଜ୍ୟର ସମସ୍ୟା ନୁହେଁ ଆମ ଦେଶ ପାଇଁ ଏକ ଆହ୍ୱାନ ଆଣି ଦେଇଛି । କନ୍ୟା ସନ୍ତାନ ବୋଝ ନୁହେଁ ବରଂ ଦେଶ ଓ ଜାତିର ସମ୍ମାନ, ଏହା କେବଳ ଜନସଚେତନତା ଦ୍ୱାରାହିଁଁ ସମ୍ଭବ ହୋଇ ପାରିବ ବୋଲି ଆଜି ଶିଶୁ ପାଇଁ ଦିନଟିଏ ଉତ୍ସବରେ ଉପସ୍ଥିତ ଅତିଥିମାନେ ମତ ପୋଷଣ କରିଛନ୍ତି । ଏହି ଅବସରରେ ବାସୁଦେବପୁର ପଞ୍ଚାୟତ ସମିତି ସଭା ଗୃହରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଭଦ୍ରକ ଦ୍ୱାରା ଆୟୋଜିତ ଉତ୍ସବ ଶିଶୁ ସୁରକ୍ଷା ଆନୁଷ୍ଠାନିକ ଅଧିକାରୀ ବିଶ୍ୱନାରାୟଣ ପଣ୍ଡାଙ୍କ ଅଧ୍ୟତାରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମନ୍ୱୀତ ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ସନ୍ଧ୍ୟାରାଣୀ ମଲ୍ଲିକ, ବିପିଏମ ଦିପ୍ତିରଞ୍ଜନ ମଲ୍ଲିକ,ପୋଲିସ ଅଧିକାରୀ ଭାଗ୍ୟଜିତ ନାୟକ, ଏବିଇଓ ପ୍ରମୁଖ ଯୋଗଦେଇ ନିଜ ନିଜର ମତପୋଷଣ କରିଥିଲେ । ଦମୟନ୍ତି ମିଶ୍ର ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଆୟୋଜିତ ଉତ୍ସବରେ ସମନ୍ୱୀତ ମହିଳା ଓ ଶିଶୁ ବିକାଶ ବିଭାଗର ସମସ୍ତ କର୍ମଚାରୀଙ୍କ ସମେତ ପଞ୍ଚାୟତ ସ୍ତରର ଜନପ୍ରତିନିଧୀ ଓ ବ୍ଲକ କଳା ସଂସ୍କୃତି ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
What's Your Reaction?






